ଜୁନାଗଡ଼, ତା 30/7 କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇଣ୍ଡୋର ତିଆରି କରାଯାଇଛି । ଏହି ଇଣ୍ଡୋରରେ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବ୍ୟାଡମିଣ୍ଟନ ଖେଳି ଥାନ୍ତି । ବର୍ତ୍ତମାନ ଅତ୍ୟଧିକ ବିଜୁଳି ବିଲ ହୋଇଥିବା ବେଳେ ଏହି ଟଙ୍କା ପୈଠ ନ କରିବାରୁ ବିଜୁଳି ବିଭାଗ ବ୍ୟାଡମିଣ୍ଟନ ଇଣ୍ଡୋର ବିଜୁଳି କାଟି ଦେଇଛନ୍ତି । ବିଜୁଳି କଟିବା ପରେ ଖେଳାଳୀ ମାନେ ଆଉ ଖେଳି ପାରୁନାହାନ୍ତି । ବ୍ୟାଡମିଣ୍ଟନ ଇଣ୍ଡୋର ସରକାରୀ ନା ବେସରକାରୀ ଏବେ ଖେଳାଳି ମାନେ ମଧ୍ୟ ସନ୍ଦେହରେ ଅଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ 2016ରେ ତତ କାଳୀନ ବିଧାୟକ ଙ୍କ ନିର୍ଦ୍ଦେଶରେ ଜୁନାଗଡ଼ ସହର ଠାରେ ଥିବା ରାଜୀବ ଗାନ୍ଧୀ ଖେଳ ପଡ଼ିଆକୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନାମରେ ନାମିତ କରି ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇଣ୍ଡୋର ତିଆରି କରାଗଲା । ପରେ ବିନା କାଗଜ ପତ୍ର ରେ ବିଜୁଳି ସଂଯୋଗ କରାଗଲା ଓ 2022 ରେ ବିନା କାଗଜପତ୍ର ରେ ଏକ ମିଟର ମଧ୍ୟ ଶକ୍ତି ମନ୍ତ୍ରୀଙ୍କ ଆଶୀର୍ବାଦ ରେ ବସାଇ ଦିଆଯାଇ ବିଜୁଳି ସଂଯୋଗ କରିଦେଇଥିଲେ । ଆଜିକୁ ଦୁଇବର୍ଷ ହେବ କେହି ମଧ୍ୟ ଏ ଦିଗରେ ଧ୍ୟାନ ଦେଲେ ନାହିଁ । ଫଳରେ ଦିନକୁ ଦିନ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ଼ ଲାଇଟ ଓ ଇଣ୍ଡୋରରେ ଲାଗିଥିବା ଲାଇଟ ଯୋଗୁଁ ବିଜୁଳି ବିଲ 6ଲକ୍ଷ 42 ହଜାର ରୁ ଉର୍ଦ୍ଧ୍ବ ଟଙ୍କାକୁ ବୃଦ୍ଧି ହୋଇଥିଲା । ଷ୍ଟାଡିୟମ ଓ ଇଣ୍ଡୋରର କେହି ବାପା ମାଁ କେହି ନ ଥିବା ବେଳେ ବର୍ତ୍ତମାନ ଅଧିକ ଟଙ୍କା ହୋଇଥିବା ଯୋଗୁଁ ବିଜୁଳି ବିଭାଗ ବିଜୁଳି କାଟି ଦେଇଛନ୍ତି । ଆଗରୁ ମଧ୍ୟ ଦେଖାଯାଏ ଯେତେବେଳେ ବିଜେଡି ଶାସକ ଦଳରେ ଥିଲା ସେହି ସମୟରେ ଶାସକ ଦଳର କାର୍ଯ୍ୟକ୍ରମ ପାଇଁ ଏଠି ଅନେକ ବିଦ୍ୟୁତ ଅପଚୟ କରାଯାଇଥିବା ଅଭିଯୋଗ ହେଉଛି । ବିନା କାରଣରେ ଫ୍ଲଡ଼ ଲାଇଟ ଜଳାଇ ଦିଆଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି l ବର୍ତମାନ କେମିତି ଏ ସମସ୍ୟା ର ସମାଧାନ ହୋଇ କେବେ ଖେଳାଳି ଏଠି ଖେଳିବେ ଦେଖିବାକୁ ବାକି ରହିଲା lଏ ସମ୍ପର୍କ ରେ ଜୁନାଗଡ଼ ଟାଉନ ଜେ. ଇ ଙ୍କୁ ପଚରାଯିବାରୁବିଜୁ ପଟ୍ଟନାୟକ ଷ୍ଟାଡିଅମ ରେ ସ୍ମାର୍ଟ ମିଟର ଲାଗିଛି ମିଟର ଲାଗିବା ଦିନ ଠାରୁ ବର୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପେମେଣ୍ଟ ହୋଇନଥିବା ଯୋଗୁଁ କର୍ପୋରେଟ ଅଫିସ ରୁ ଆଦେଶ ଆସିବାରୁ ଲାଇନ କଟାହୋଇଛି ବୋଲି ସେ ପ୍ରକାଶ କରିଛନ୍ତି