କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ (55) ଙ୍କୁ ଗତ କାଲି ସନ୍ଧ୍ୟା 6 ଘଣ୍ଟା ସମୟ ରେ ଝାରବନ୍ଧ ନିକଟସ୍ଥ ଯୋଜନା କୁ ଗାଧୋଇବାକୁ ଯାଉଥିବା ବେଳେ ହଟାତ ଏକ ହାତୀ ଅତର୍କିତ ଭାବେ ଆକ୍ରମଣ କରିଥିଲା ଏବଂ ପେଟ ରେ ମାଡି ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ l
ସ୍ଥାନୀୟ ଲୋକେ ହାତୀ କୁ ଘଉଡ଼ାଇବା ସହ ତାଙ୍କୁ ଜୁନାଗଡ଼ ଡାକ୍ତର ଖାନା କୁ ଆଣି ପ୍ରାଥମିକ ଚିକିତ୍ସା କରିବା ସହ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିବା ବେଳେ ଆଜି ତାଙ୍କର ଭବାନୀପାଟଣା ଡାକ୍ତରଖାନା ରେ ମୃତ୍ୟୁ ଘଟିଛି l