ଜୁନାଗଡ଼,(ନି.ପ୍ର): ପ୍ରାଚୁର୍ଜ୍ୟମୟୀ ରତ୍ନଗର୍ଭା କଳାହାଣ୍ଡିର ଅନ୍ୟତମ ବୈଭବ ବହୁମୁଖୀ ଜଳ ଯୋଗାଣ ପ୍ରକଳ୍ପ ଇନ୍ଦ୍ରାବତୀ। କଳାହାଣ୍ଡିର ଜୀବନରେଖା ସାଜିଥିବା ଏହି ଇନ୍ଦ୍ରାବତୀର, ଜଲ ସେଚନ ବ୍ୟବସ୍ଥା ହେବା ଦିନଠାରୁ ଜଳସେଚିତ ଅଂଚଳରେ ଜୀବନର ମାନ ଉନିତ ହୋଇ ଲୋକଙ୍କ ଅର୍ଥ ନୈତିକ ବିକାଶ ମଧ୍ୟ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଚିଲିଗୁଡ଼ା ଦକ୍ଷିଣ ଡିଭିଜନ କେନାଲ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ଉକ୍ତ କାର୍ଯକ୍ରମରେ ଇଂଜିନିୟର ରାମ କୁମାର ବେହେରା ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ସବିତା ମେହେର ଜୁନାଗଡ ବ୍ଲକ ଅଧ୍ୟକ୍ଷା, ପ୍ରମୋଦ କୁମାର ବେହେରା ଉପଦ୍ଧକ୍ଷା ପଞ୍ଚାୟତ ସମିତି ଜୁନାଗଡ଼, ମୁଖ୍ୟ ବକ୍ତା ସେଶଦେବ ବେହେରା, ଆତ୍ମା ଅଧ୍ୟକ୍ଷ ଶୈଲେନ୍ଦ୍ର ରାଜ, ଅଶୋକ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ତାରା ରାଏଗୁରୁ, ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା, କୃଷି ଅଧିକାରି ରିଜନ କୁମାର ପଟେଲ ପ୍ରମୁଖ ମଞ୍ଚାସିନ ଥିବାବେଳେ, ବିଭାଗୀୟ ମନ୍ତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ। ସଭାରେ ବିଭିନ୍ନ ଦିଗରେ କୃତି ହାସଲ କରିଥିବା ଛାତ୍ର ଛାତ୍ରି ଓ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗ ଦ୍ଵାରା ପାଣି ପଂଚାୟତ ପକ୍ଷ ପାଳନ କରାଯାଉଥିଲେ ହେଁ, ତୃଣମୂଳ ସ୍ତରର ପାଣି ପଂଚାୟତ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଥମିକ ଦେବା ବଦଳରେ ଉପେକ୍ଷା କରାଯାଇ ସଭାକୁ ଗୁରୁତ୍ଵ ଦେବା ଯୋଗୁଁ ଅନେକ ପାଣି ପଂଚାୟତ କର୍ମକର୍ତ୍ତା ଓ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆବଶ୍ୟକ ବେଳେ ପାଣି ନ ଯୋଗେଇ ପାଣି ପଂଚାୟତ ପାଳନ ବେଳେ ତରବରିଆ ଭାବେ କେନାଲ ପାଣି ଛଡ଼ାଯିବା ବିଷୟକୁ ନେଇ ଅନେକ ଚାଷୀ ଏହାକୁ ନା ପସନ୍ଦ କରିବା ସହ ଅଧିକ୍ଷଣ ଯନ୍ତ୍ରୀ ସମ୍ମୁଖରେ ଫେରାଦ ହୋଇଥିଲେ। ଏହାକୁ ନେଇ ସଭା ଚାଲିଥିବା ବେଳେ କିଛି ସମୟ ଚାଷୀ ମାନେ ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀ ମାନଙ୍କ ସହିତ ବାର୍ତ୍ତାଲାଭ କରିଥିଲେ।
ସଭାଟି ଏକରକମ ତୁଷ୍ଟିକରଣ ନୀତିରେ କରାଯାଇ, ପାଣି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଞ୍ଚରେ ସ୍ଥାନ ନ ଦେବା ଘଟଣାକୁ ପାଣି ପଞ୍ଚାୟତ କର୍ମକର୍ତ୍ତା ସହଜେ ଗ୍ରହଣ ନ କରି କ୍ଷୋଭ ପ୍ରକାଶ କରିଥିଲେ।ଯନ୍ତ୍ରୀମାନେ ଅନେକ ଦିନରୁ ଏହି ଡିଭିଜନରେ ଆସ୍ଥାନ ଜମାଇ ବେପରୁଆ କାର୍ଯ୍ୟକଳାପ ଜାରି ରଖିଛନ୍ତି।ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଓ ଜିଲ୍ଲାପାଳ ସ୍ବତନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।