ଜୁନାଗଡ ସହର ରେ ଥିବା ହଗ୍ରୀ ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଆଜି ଜୁନାଗଡ ବିଡିଓ ତଥା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁନାଗଡ ଥାନା ରେଏକ ଲିଖିତ ଅଭିଯୋଗ କରିଛନ୍ତି l
ସୂଚନା ମୁତାବକ ଏହି ବନ୍ଧ୍ କୁ ଜୁନାଗଡ ର ଶ୍ରି ଚରଣ କୈବର୍ତ୍ତ ଲିଜ ରେ ନେଇଥିବା ବେଳେ ସେ ବେଆଇନ୍ ଭାବେ ବନ୍ଧ୍ ରୁ ମାଟି ନେଉ ଥିବା ଖବର ପାଇ ଆଜି ଜୁନାଗଡ ଏନ୍ ଏ ସି ର କର୍ମଚାରୀ ହଗ୍ରୀ ବନ୍ଧ କୁ ଯାଇଥିଲେ। ସେଠାରେ ବେଆଇନ୍ ଭାବେ ଦୁଇ ଟି ହାଇ ୱା ତିନି ଟି ଜେସିବି ଓ ଆଠଟି ଟ୍ରାକ୍ଟର ସାହାଯ୍ୟ ରେ ବନ୍ଧ୍ ରୁ ବେଆଇନ୍ ଭାବେ ମାଟି ନେଉଥିବା ଦେଖି ତୁରନ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଦାୟିତ୍ଵ ରେ ଥିବା ଜୁନାଗଡ ବିଡିଓ ଙ୍କୁ ଜାଣିଥିଲେ l ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଥାନା କୁ ଯାଇ ଲିଖିତ ଅଭିଯୋଗ କରିଥିଲେ l ଏନେଇ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ ହୋଇ ଅଧିକ୍ ତଦନ୍ତ କରୁଥିବା ଜୁନାଗଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି l